ଏଥର ସ୍ଵାଧୀନତା ଦିବସରେ ହେବ ବିକଶିତ ଭାରତର ସଂକଳ୍ପ

Chhatra Sandesh:independence

୨୦୪୭ ବେଳକୁ ଭାରତ ଏକ ବିକଶିତ ଦେଶରେ ପରିଣତ ହେବା ଏଭଳି ଲକ୍ଷ୍ୟ ଆମେ ରଖୁଛନ୍ତି। ଏଥିପାଇଁ ନିଜର ସକ୍ରିୟ ଯୋଗଦାନ ଦେବାକୁ ହେବ ।

ଭାରତ ରନ୍ନ ଡଃ ଏ. ପି.ଜେ. ଅବଦୁଲ କାଲାମ ଯେତେବେଳେ " ଭିଜନ ୨୦୨୦" ପୁସ୍ତକରେ ଲେଖୁଥିଲେ ଯେ ପେତେବେଳେ ଯେ ଆଗାମୀ ୨୦୨୦ ବେଳକୁ ଭାରତ ବିଶ୍ଵର ଏକ ଶ୍ରେଷ୍ଠ ଦେଶରେ ପରିଣତ ହେବା ଦିଗରେ ଅଗ୍ରସର ହେବା। ଯେତେବେଳେ ଦେଶର ଅନେକ ବୁଦ୍ଧିଜୀବି , ପ୍ରଶ୍ନ କରିଥିଲେ ଏହା ଅସମ୍ଭବ ? କିନ୍ତୁ ଆଜିର ଭାରତକୁ ଦେଖିଲେ କେହି ଏକଥା କହିବେ ନାହିଁ।କାରଣ ଆଜିର ଭାରତ ବିକଶିତ ଦେଶରେ ପରିଣତ ହେବା ପାଇଁ ଗୋଟିଏ ଗୋଟିଏ ପାଦ ଆଗକୁ ଆଗକୁ ବଢାଇ ଚାଲିଛି।

ଆଗାମୀ ୧୫ ଅଗଷ୍ଟରେ ଆମେ ଦେଶର ୮୦ ତମ ସ୍ଵାଧୀନତା ଦିବସ ପାଳନ କରିବାକୁ ଯାଉଛେ। ଏହା ଇଂରେଜ ମାନଙ୍କ ଠାରୁ ଆମକୁ ମିଳିଥିବା ସ୍ଵାଧୀନତା ଦିବସ। କିନ୍ତୁ ଭାରତ ୧୦୦୦ ବର୍ଷ ଧରି ଅନେକ ବିଦେଶୀ ଶକ୍ତି ଦ୍ଵାରା ପରାଧୀନ ଥିଲା। ମୋଗଲ ଶାସନ କାଳରେ ଭାରତ ଧର୍ମ, ମନ୍ଦିର ଆଦି ସାଂସ୍କୃତିକ ପରିଚୟ ଉପରେ ଭୟଙ୍କର ଆକ୍ରମଣ ହୋଇଥିବା ବେଳେ ଇଂରେଜ ଶାସନ କାଳରେ ଭାରତର ଶିକ୍ଷା ସ୍ଵାଭିମାନ ଉପରେ ଗଭୀର ଆକ୍ରମଣ ହୋଇଥିଲା। ଏହି କାରଣରୁ ଆମେ ଭାରତୀୟ ମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଶୂନ୍ୟତା ହୋଇ ହୀନମନ୍ୟତା ଭରିଯାଇଛି। ଆଜି ବି ଆମକୁ ବିଦେଶୀ ଭାଷା, ଶିକ୍ଷା ( ଡିଗ୍ରୀ ), ବିଦେଶୀ ପୋଷାକ, ବିଦେଶୀ ସଂସ୍କୃତି ଭଲ ଲାଗେ। ଆମେ ବିଶ୍ଵାସ କରୁ ଯେ ଆମ ସମ୍ମୁଖରେ ଯାହା ବି ଅତ୍ୟାଧୁନିକ, ବୈଜ୍ଞାନିକ ଜିନିଷ ସବୁ ଅଛି ତାହା ବିଦେଶରୁ ହିଁ ଆସିଛି। ଆମେ ଦରିଦ୍ର - ଧନରେ, ଜ୍ଞାନରେ , ଭାଷାରେ, ସଂସ୍କୃତିରେ ସବୁଥିରେ। ଏହି ହୀନମନ୍ୟତା ହିଁ ଆମକୁ ଆଗକୁ ବଢିବାକୁ ଦେଉନାହିଁ। ଏଥିପାଇଁ ଆମକୁ ଆତ୍ମବିଶ୍ଵାସୀ ହେବାକୁ ହେବ।

ଇଂରେଜ ଅର୍ଥନୀତିଜ୍ଞ ଶ୍ରୀ ଏଙ୍ଗସ ମେଡିସିନ ତାଙ୍କର ପୁସ୍ତକ "ବିଶ୍ଵ ଅର୍ଥନୀତି - ୧୦ ହଜାର ବର୍ଷ" ପୁସ୍ତକରେ ଲେଖୁଛନ୍ତି ୧୭୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଭାରତର ଅର୍ଥନୀତି ବିଶ୍ଵ ଅର୍ଥନୀତିର ୩୭ ପ୍ରତିଶତ ଶାସନର ପ୍ରଶଂସା କରି କୁହନ୍ତି ଭାରତରେ ଯାହାବି ଉନ୍ନତି ହେଇଛି ତାହା ଇଂରେଜମାନଙ୍କ ଯୋଗୁଁ ? ଏଥିପାଇଁ ଏକ ବିକଶିତ ଭାରତ ପାଇଁ ଆମକୁ ଏହି ଉପନିବେଶବାଦୀ ମାନସିକତାରୁ ଉପରକୁ ଉଠିବାକୁ ହେବ।

ବିଜ୍ଞାନରେ ଆମେ ପଛରେ ଥିଲେ କି ? ଗତ ଜୁନ୍ ୧୯ ତାରିଖରେ ବିଶ୍ଵର ସର୍ବ ପୁରାତନ ସର୍ଜରୀ କଲେଜ ସ୍କଟଲାଣ୍ଡର "ରୟାଲ କଲେଜ ଅଫ୍ ସର୍ଜନ୍ସ ଅଫ୍ ଏଡନବର୍ଗ" ରେ ଆଚାର୍ଯ୍ୟ ସୁଶ୍ରୁତଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇ ଲେଖାଯାଇଛି - ସେ ହେଉଛନ୍ତି "ଦ ଫାଦର ଅଫ୍ ସର୍ଜରୀ" ଶଲ୍ୟ ଚିକିତ୍ସାର ଜନକ। ଗଣିତ, ଜ୍ୟାମିତି ଆଦି କ୍ଷେତ୍ରରେ ଭାରତୀୟମାନଙ୍କ ଅବଦାନ କଥା ତ ସମସ୍ତେ ଜାଣନ୍ତି। ଶକ୍ତି କ୍ଷେତ୍ରରେ ଆମେ ପଛୁଆ କି? ଭାରତର ସେନାବାହିନୀ ଆଜିବି ବିଶ୍ଵର ଶ୍ରେଷ୍ଠ ସୈନ୍ୟ ବାହିନୀ ମଧ୍ୟରୁ ଗୋଟିଏ। ଜାତିସଂଘ ଶାନ୍ତିରକ୍ଷା କ୍ଷେତ୍ରରେ ଭାରତର ସୈନ୍ୟ ବାହିନୀ ଅନେକ ଉଚ୍ଚ ପ୍ରଶଂସନୀୟ କାର୍ଯ୍ୟ କରି ଚାଲିଛନ୍ତି ।

ଏଣୁ ଏକ ବିକଶିତ ଭାରତ ପାଇଁ କେବଳ ଆବଶ୍ୟକତା ରହିଛି ଆତ୍ମବିଶ୍ଵାସ ଓ ଯୋଗଦାନ । ପ୍ରତ୍ୟେକ ଭାରତୀୟ ଯଦି ଦେଶର ବିକାଶରେ ନିଜର ଯୋଗଦାନ ପାଇଁ ଆଗେଇ ଆସିବେ ତାହାହେଲେ ବିକଶିତ ଭାରତ ଗଠନରେ ଆମକୁ କେହି ରୋକି ପାରିବେ ନାହିଁ ।

ବାହ୍ୟ ଶତ୍ରୁମାନଙ୍କୁ ତ ଆମେ ସଫଳତାର ସହିତ ମୁକାବିଲା କରୁଛନ୍ତି। କିନ୍ତୁ ଦେଶ ଭିତରେ ରହି ଭାରତକୁ ଆନ୍ତରିକ ଭାବେ ଦୁର୍ବଳ କରୁଥିବା ଶତ୍ରୁମାନଙ୍କ ବିଷୟରେ ଆମେ କଣ କରିବା । ବିଦେଶୀ ଅର୍ଥ, ବୁଦ୍ଧି ଓ ମାନସିକତା ଦ୍ଵାରା ପରିଚାଳିତ କିଛି ଭାରତୀୟ ଓ କିଛି ସଂସ୍ଥା ଆଜି ଦେଶକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ମଧ୍ୟ କେବଳ ସରକାର ନୁହେଁ ସମାଜକୁ ମଧ୍ୟ ଜବାବ ଦେବାକୁ ହେବ ।

ଆମେରିକା, ଚୀନ ଭଳି କିଛି ଦେଶକୁ ଛାଡିଦେଲେ ବିଶ୍ଵର ଅଧିକାଂଶ ଦେଶ ଆଜି ଭାରତର ଉତ୍ଥାନ ଓ ନେତୃତ୍ଵ ପ୍ରତି ଆଗ୍ରହୀ । କାରଣ ସେମାନେ ଜାଣନ୍ତି ଯେ ବିଶ୍ଵର ଶାନ୍ତି ଓ ସମୃଦ୍ଧିର ପ୍ରତିଷ୍ଠା କେବଳ ଭାରତର ନେତୃତ୍ଵରେ ହିଁ ହୋଇପାରିବ । ସେମାନେ କୋଭିଡ ମହାମାରୀ ସମୟରେ ଭାରତର ଔଷଧ ଓ ଟୀକା ୧୦୦ରୁ ଅଧିକ ଦେଶର ଲୋକମାନଙ୍କ ଜୀବନ ବଞ୍ଚାଇଥିବାର ଏବଂ ଯୋଗ ଦିବସ ମାଧ୍ୟମରେ ସାରା ବିଶ୍ଵରେ ସୁନ୍ଦର ସ୍ଵାସ୍ଥ୍ୟ ଓ ମନ ଗଠନରେ ଭାରତର ଭୂମିକାକୁ ଦେଖୁ ପାରିଛନ୍ତି । ସେଥିପାଇଁ ବିକଶିତ ଭାରତ ପାଇଁ କେବଳ ଆମେ ଭାରତୀୟମାନେ ମାନସିକତା ବଦଳାଇବାକୁ ହେବ । ଏହାହିଁ ହେବ ଏଥର ସ୍ଵାଧୀନତା ଦିବସର ସଂକଳ୍ପ ।

ଥିଲା। କେବଳ ଇଂରେଜ ମାନେ ଭାରତରୁ କେତେ ଧନ ରାଶି ଲୁଟ କରିଛନ୍ତି ତାହା ଆଜିର ଯଦିହେବ ତାହା ହେଲେ ତାହା ହେବ ୪୫ ରୁ ୪୫ ଟ୍ରିଲିୟନ ଡଲାର। ଆଜି ଆମେ ଆମ ଦେଶର ଅର୍ଥନୀତିକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇ ପାରିଛନ୍ତି ।ଆମେରିକାର ଅନୁମାନ କରିପାରୁଥିବେ ଯେ ଭାରତ କେବେ ଗରିବ ଦେଶ ନଥିଲା। ଆମର ମାନସିକତା ହିଁ ଗରିବ । ଆଜିବି ଆମ ଦେଶରେ ଏଭଳି ଏକ ଗୋଷ୍ଠୀ ଅଛନ୍ତି ଯେଉଁମାନେ ବ୍ରିଟିଶ

Author Image

ଶ୍ରୀ ଗୋବିନ୍ଦ ନାୟକ

0 Comments

Add Comment

Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.