ଶ୍ରୀଜଗନ୍ନାଥ: ନିଆରା ଠାକୁରଙ୍କ ନିଆରା ପରମ୍ପରା

Chhatra Sandesh:Lord-Jagannath-is-the-ultimate-soul-of-Odia-culture-and-the-Lord-of-the-Universe

ଶ୍ରୀକ୍ଷେତ୍ର ପୁରୀରୁ ଆରମ୍ଭ ହୋଇଥିବା ରଥଯାତ୍ରା ଏବେ ଆମ ରାଜ୍ୟ, ଦେଶ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଛି। ପ୍ରାୟ ସବୁଠି ଶ୍ରୀମନ୍ଦିର ପ୍ରଥା ମୁତାବକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେଉଥିଲେ ବି ଏହି କ୍ରମରେ ସ୍ଥଳବିଶେଷରେ କିଛି ପରିବର୍ତ୍ତନ କରାଯାଇଥାଏ। ୟୁରୋପ ଓ ଆମେରିକାର ଅନେକ ସ୍ଥାନରେ ରଥଯାତ୍ରା ତିଥି ମୁତାବକ ଆରମ୍ଭ ହେଉଥିଲେ ମଧ୍ୟ ବାଧ୍ୟବାଧକତାରେ ରଥଟଣା ଛୁଟିଦିନରେ ବା ଓଡ଼ିଶାରେ ବି କେତେକ ସ୍ଥାନରେ ଏଭଳି ବ୍ୟତିକ୍ରମ ଦେଖାଯାଏ।

ବାରିପଦାରେ ଶ୍ରୀଗୁଣ୍ଡିଚା ପରଦିନ ରଥଟଣା ହେବା ବିଧି ପାଖାପାଖି ୫୦୦ ବର୍ଷ ଧରି ଚାଲିଆସୁଛି। ଏହା ପଛରେ ଥିବା କାହାଣୀ ହେଉଛି ବେଶ୍ ରୋଚକ। କୁହାଯାଏ, ମୟୂରଭଞ୍ଜ ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ୧୫୭୫ରେ ପଦବ୍ରଜରେ ପୁରୀ ଆସିଥିଲେ ଶ୍ରୀଜୀଉମାନଙ୍କ ଦର୍ଶନ ପାଇଁ। ତାଙ୍କ ସାଙ୍ଗରେ ସୈନ୍ୟସାମନ୍ତ ଥିବା ହେତୁ ଗଜପତିଙ୍କ ସେନା ବାଟ ଅଟକାଇଲେ। ଖବର ପାଇ ଗଜପତି ଜଣାଇଲେ ଯେ କେବଳ ମୟୂରଭଞ୍ଜ ମହାରାଜାଙ୍କୁ ସସମ୍ମାନରେ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ଦିଆଯିବ, କିନ୍ତୁ ତାଙ୍କ ସହିତ କୌଣସି ସୈନ୍ୟସାମନ୍ତ ନଯିବା ପାଇଁ କୁହାଗଲା। ଦର୍ଶନ ପାଇଁ ଆସିଥିବା ମୟୂରଭଞ୍ଜ ମହାରାଜା କିନ୍ତୁ ଏଥିରେ ରାଜି ହେଲେ ନାହିଁ। ତାଙ୍କ ସହ ଆସିଥିବା ମୟୂରଭଞ୍ଜ ରାଜ୍ୟର ଶ୍ରଦ୍ଧାଳୁମାନଙ୍କୁ ଛାଡି ସେ ଏକୁଟିଆ ବା କିପରି ଶ୍ରୀମନ୍ଦିରକୁ ଯାଇପାରିଥାନ୍ତେ? ସେତେବେଳକୁ ମୟୂରଭଞ୍ଜ ମହାରାଜାଙ୍କ ଛାଉଣୀ ପଡ଼ିଥାଏ ଅଠରନଳା ନିକଟରେ। ମହାରାଜା ରାତିରେ ଶୟନ କରିବା ପୂର୍ବରୁ ପ୍ରାର୍ଥନା ମାଧ୍ୟମରେ ତାଙ୍କର ଅନୁରୋଧନା ଜଣାଇଲେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ। ସେହି ରାତିରେ ସେ ଏକ ଅଦ୍ଭୁତ ସ୍ୱପ୍ନ ଦେଖିଲେ। ଦିବ୍ୟ ଆଲୋକରେ ଝଲସୁଥିବା ଶ୍ରୀଜଗନ୍ନାଥ ତାଙ୍କୁ ସ୍ୱପ୍ନରେ ଦେଖାଦେଇ କୁଆଡ଼େ କହିଥିଲେ, ଏତେବାଟ ଆସିବା ଅପେକ୍ଷା ନିଜ ସ୍ଥାନରେ ମନ୍ଦିରଟିଏ ନିର୍ମାଣ କରୁନାହଁ କାହିଁକି? ଏକଥା ବି ସ୍ୱପ୍ନାଦେଶରେ କୁହାଯାଇଥିଲା ଯେ ମୟୂରଭଞ୍ଜ ମହାରାଜା ନିଜ ରାଜ୍ୟରେ ମନ୍ଦିର ସ୍ଥାପନ କଲେ ଶ୍ରୀଜଗନ୍ନାଥ ରାଧା-ରମଣଙ୍କୁ ନେଇ ପ୍ରତିଦିନ ସେଠାକୁ କିଛି ସମୟ ପାଇଁ ଯିବେ ବୋଲି। ସ୍ୱପ୍ନାଦେଶ ଅନୁଯାୟୀ ବାରିପଦାରେ ମୟୂରଭଞ୍ଜ ମହାରାଜା ଶ୍ରୀଜଗନ୍ନାଥ ମନ୍ଦିର ତୋଳିବା ସହିତ ସେଠାରେ ବିଗ୍ରହମାନଙ୍କୁ ସ୍ଥାପନା କରାଇଲେ ଏବଂ ଏହା ପରେ ବାରିପଦାରେ ରଥଯାତ୍ରା ପାଇଁ ବ୍ୟବସ୍ଥା କଲେ।

ମହାରାଜାଙ୍କ ମନକୁ ଆସିଲା ଯେ, ଶ୍ରୀଗୁଣ୍ଡିଚା ରଥଯାତ୍ରାରେ ରହି ସିଂହାସନ ଛାଡି ଶ୍ରୀଜଗନ୍ନାଥ ଭାଇ-ଭଉଣୀ ଓ ସୁଦର୍ଶନଙ୍କ ସହିତ ବଡ଼ଦାଣ୍ଡକୁ ଆସନ୍ତି ଭକ୍ତମାନଙ୍କୁ ଦର୍ଶନ ଦେବାକୁ। ଏ ପରିପ୍ରେକ୍ଷୀରେ ପ୍ରଭୁ ପୁରୀ ବଡ଼ଦାଣ୍ଡର ଭକ୍ତସମୁଦ୍ରକୁ ଛାଡି ସେହି ଦିନ ବାରିପଦା ଆସିବେ କେମିତି? ଶ୍ରୀକ୍ଷେତ୍ରର ରଥଯାତ୍ରାରେ କାଳେ କିଛି ବ୍ୟାଘାତ ଉପୁଜିବ, ସେହି ଆଶଙ୍କାରେ ନିଷ୍ପତ୍ତି ନିଆଗଲା ଶ୍ରୀଗୁଣ୍ଡିଚା ପରଦିନ ବାରିପଦାରେ ରଥଯାତ୍ରା କରିବା ପାଇଁ। ପରବର୍ତ୍ତୀ ସମୟରେ ବାରିପଦା ରଥଯାତ୍ରାରେ ଆଉ ଏକ ନୂଆ ପରମ୍ପରା ୧୯୭୫ ମସିହାରେ ଆରମ୍ଭ କରାଯାଇ ମା' ସୁଭଦ୍ରାଙ୍କ ଦର୍ପଦଳନ ରଥ କେବଳ ମହିଳାମାନେ ଟାଣୁଛନ୍ତି।

Author Image

0 Comments

Add Comment

Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.