ଏବିଭିପିର ବିଶାଳ ଛାତ୍ର ହୁଙ୍କାର ସମାବେଶ: ଶିକ୍ଷା ସୁରକ୍ଷା ଓ ରୋଜଗାର ଦାବିରେ ୨୦୦୦୦ ବିଦ୍ୟାର୍ଥୀଙ୍କ ସମାଗମ

Chhatra Sandesh:Abvp-odisha-protest-against-bjd-government

 ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ତରଫରୁ ଶିକ୍ଷା ସୁରକ୍ଷା ରୋଜଗାର ଦାବିରେ ଏକ ବିଶାଳ ଛାତ୍ର ସମାବେଶର ଆୟୋଜନ ଅନୁଷ୍ଠିତ ହୋଇ ଯାଇଛି।ଏହି ବିଶାଳ ସମାବେଶରେ ଓଡିଶାର କୋଣ ଅନୁକୋଣରୁ ୨୦୦୦୦ ରୁ ଉର୍ଦ୍ଧ ବିଦ୍ୟାର୍ଥୀ ଯୋଗ ଦେଇଛନ୍ତି । ଏହି ସମାବେଶରେ ଶିକ୍ଷା ସୁରକ୍ଷା ରୋଜଗାର ଦାବିକୁ ନେଇ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଥିଲା ଏହି ଶୋଭାଯାତ୍ରା ସ୍ଵାଧୀନତା ସଂଗ୍ରାମୀ ପଡିଆ ଠାରୁ ଆରମ୍ଭ ହୋଇ ରାମ ମନ୍ଦିର ଓ ମାଷ୍ଟର କ୍ୟାଣ୍ଟିଁନ ରାସ୍ତା ମାଧ୍ୟମରେ ଯାଇ ଲୋୟର୍ ପିମେଜି ଠାରେ ଏକ ବିଶାଳ ସଭା ଆୟୋଜିତ ହୋଇଥିଲା । 

ଓଡ଼ିଶାର ୩୦ ଟି ଜିଲ୍ଲାରୁ ୨୦,୦୦୦ ରୁ ଉର୍ଦ୍ଧ ବିଦ୍ୟାର୍ଥୀ ବିଭିନ୍ନ କ୍ୟାମ୍ପସରୁ  ଆସି ଏହି ଛାତ୍ର ହୁଙ୍କାର ସମାବେଶ ରେ ଯୋଗ ଦେଇ ନିଜ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ l ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ, ଅଧ୍ୟାପକ ପଦବୀ ପୂରଣ, କ୍ୟାମ୍ପସକୁ ଗୁଣ୍ଡାମି ମୁକ୍ତ କରିବା, ଓଡ଼ିଆ ଯୁବକଙ୍କୁ ଓଡ଼ିଶାରେ ରୋଜଗାର, ରୁଚିକା, ମମିତା ମେହେର୍ ଭଳି ଘଟଣାରେ ନ୍ୟାୟ ଆଦି ୪୧ ଦାବି ନେଇ ଏହି ହୁଙ୍କାର ସମାବେଶ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ଯାଜ୍ଞ ବଲକ୍ ଶୁକ୍ଳା ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଭତ୍ସନା କରିଛନ୍ତି । ସେ କହିଛନ୍ତି ଏହି ଅପାରଗ ସରକାର ବୁଢ଼ା ହୋଇ ଗଲାଣି ତାହା ପରିବର୍ତ୍ତନ ହେବା ଦରକାର ।

 ଏହି ସରକାର ବିଦ୍ୟାର୍ଥୀ ମାନଙ୍କ ସହିତ ଧୋଖା କରିବ ସହିତ ତାଙ୍କ ଆଖିରେ ଧୂଳି ଓ ଧୂଆଁ ଦେବା କାର୍ଯ୍ୟ କରୁଛନ୍ତି । ରାଜ୍ୟ ସମ୍ପାଦକ ଅରଜିତ ପଟ୍ଟନାୟକ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିଷୟରେ ବର୍ଣନା ଓ ସମାଲୋଚନା କରି ରାଜ୍ୟ ସରକାରଙ୍କୁ ଦାବି ପୂରଣ କରିବା ପାଇଁ ଚେତାବନୀ ଦେଇଛନ୍ତି ଓ ଶିକ୍ଷା ମନ୍ତ୍ରୀ ଦାବି ନେବା ପାଇଁ ସମୟ ନ ଦେବାରୁ କ୍ଷୋଭ ପ୍ରକାଶ କରିଥିଲେ । ରାଜ୍ୟ ସହ ସମ୍ପାଦକ ସ୍ୱେତାଂଶୁ ଶେଖର ବରାଈ ରୋଜଗାର ବିଷୟରେ ,ରାଜ୍ୟ ସହ ସମ୍ପାଦକ ଦୀପ୍ତି ମୟୀ ପ୍ରତିହାରୀ ମହିଳା ସୁରକ୍ଷା,ରାଜ୍ୟ ସହ ସମ୍ପାଦକ ସଞ୍ଜନା କହଁର ଜନଜାତି ସୁରକ୍ଷା ଭଳି ବିଭିନ୍ନ ବିଷୟରେ ନିଜର ମତ ଉପସ୍ଥାପନ କରିଛନ୍ତି । 

ଏହା ସହିତ କଟକର ଛାତ୍ର ନେତା ଶ୍ୟାମ ସୁନ୍ଦର ସାହୁ,ବାଲେଶ୍ଵର ଛାତ୍ର ନେତା ଶୁଭ୍ର ସମ୍ବିତ ଓ କୋରାପୁଟର ଛାତ୍ର ନେତା ବିଭିନ୍ନ ବିଷୟରେ ନିଜର ଅଭିଭାଷଣ ରଖି ଥିଲେ ।ଏହା ସହିତ ମଞ୍ଚରେ ରାଜ୍ୟ ସହ ସମ୍ପାଦକ ଅଭିରାମ ଲେଙ୍କା,ରାଷ୍ଟ୍ରୀୟ କାର୍ଯ୍ୟ କାରିଣୀ ସଦସ୍ୟ ଚଣ୍ଡୀ ପ୍ରସାଦ ସୁଆର ,କେନ୍ଦ୍ରୀୟ କାର୍ଯ୍ୟ ସମିତି ସଦସ୍ୟ କବିତା କହଁର ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଲକ୍ଷ୍ମି ବେହେରା ଉପସ୍ଥିତ ଥିଲେ।ଏହା ସହିତ କୋରାପୁଟ ବିଭାଗ ସଂଯୋଜକ ସୁଭାଷ ନାଏକ , କଲାହାଣ୍ଡି ବିଭାଗ ସଂଯୋଜକ କେଶବ ସାହୁ, ବଲାଙ୍ଗୀର ଜିଲ୍ଲା ସଂଯୋଜକ ସ୍ବରାଜ ପୁରୋହିତ, ସମ୍ବଲପୁର ବିଭାଗ ସଂଯୋଜକ ୟଶ ବର୍ଦ୍ଧନ ତିୱାରୀ ,ସୁନ୍ଦରଗଡ଼ ବିଭାଗ ସଂଯୋଜକ ଗୋପାଳ ନାଏକ ,ମୟୂରଭଞ୍ଜ ବିଭାଗ ସଂଯୋଜକ ଅଜିତ ମହନ୍ତ ,ଗଞ୍ଜାମ ବିଭାଗ ସଂଯୋଜକ ଅନିଲ ସ୍ୱାଇଁ,ଭୁବନେଶ୍ୱର ମହା ନଗର ସହ ସମ୍ପାଦକ ଶାଶ୍ଵତୀ ଦାସ ମଞ୍ଚ ଉପରେ ବିରାଜ ମାନ କରି ଥିଲେ । ମଞ୍ଚ ପରିଚାଳନା କଳାହାଣ୍ଡି ଓ ବଲାଙ୍ଗୀର ବିଭାଗ ସଂଗଠନ ସମ୍ପାଦକ ବୁଦ୍ଧଦେବ ବାଘ କରିଥିଲେ ।

ଛାତ୍ର ସାଂସଦ ନିର୍ବାଚନ କରିବା,ଅଧ୍ୟାପକ ପଦବୀ ପୂରଣ କରିବା , ହସ୍ତ ତନ୍ତ ଶିଳ୍ପକୁ ଗୁରୁତ୍ଵ ଦେବା ,ମହିଳା ସୁରକ୍ଷା ପାଇଁ ବ୍ଲକ ସ୍ଥରରେ କାର୍ଯ୍ୟକାରି କରିବା, ବଙ୍ଗଳା ଦେଶୀ ଅନୁ ପ୍ରବେଶକାରି  ଙ୍କ ଉପରେ ରୋକ ଲଗାଇବା ଭଳି ବିଭିନ୍ନ ବିଷୟ ଦାବି ରଖା ଯାଇ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ  ଉଦ୍ଦେଶ୍ୟରେ ଶିକ୍ଷା ଶାସନ ସଚିବଙ୍କୁ  ଦିଆ ଯାଇଛି।

ଆଗାମୀ ଦିନରେ ରାଜ୍ୟ ସରକାର ଏହି ସ୍ଥିତିରେ ସୁଧାର ନ ଆଣିଲେ ଏହି ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ   ବୋଲି ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ ବିଦ୍ୟାର୍ଥୀ ମାନଙ୍କୁ ଆହ୍ବାନ କରିଛନ୍ତି ।

Author Image

Chhatra Sandesh

Director

0 Comments

Add Comment

Sign up for the Newsletter

Join our newsletter and get updates in your inbox. We won’t spam you and we respect your privacy.