ଶିକ୍ଷା କେବଳ ଏକ ପ୍ରମାଣପତ୍ର ପାଇବାର ମାଧ୍ୟମ ନୁହେଁ । ଏହା ମଣିଷର ଚରିତ୍ର, ଚିନ୍ତାଧାରା ଓ ଦକ୍ଷତା ଗଢ଼ିବାର ମୁଖ୍ୟ ଆଧାର। ଜଣେ ଶିଶୁ ଶିକ୍ଷାର ପ୍ରଥମ ପାହାଚରେ ପାଦ ରଖୁବାଠାରୁ ଉଚ୍ଚଶିକ୍ଷା ସମାପ୍ତ କରିବା ପର୍ଯ୍ୟନ୍ତ ଯଦି ତାକୁ ନିରବଚ୍ଛିନ୍ନ ଓ ସୁଲଭ ଶିକ୍ଷାର ସୁଯୋଗ ମିଳେ, ତେବେ ତାହାର ଲାଭ କେବଳ ତାଙ୍କ ବ୍ୟକ୍ତିଗତ ଜୀବନରେ ସୀମିତ ରହେ ନାହିଁ, ପରିବାର, ସମାଜ ଓ ରାଜ୍ୟ ମଧ୍ୟ ଏଥୁରୁ ଲାଭ ପାଏ। ଏହି ଦୃଷ୍ଟିରୁ ଓଡ଼ିଶା ସରକାରଙ୍କ ‘ଜ୍ଞାନୋଦୟ ; ଶିକ୍ଷାରୁ ସମୃଦ୍ଧି' ଅଧୀନରେ ‘କେଜିରୁ ପିଜି’ ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥାର ବିସ୍ତାର ଏକ ଆଶାଜନକ ପଦକ୍ଷେପ।
୨୦୨୬ ଜୁଲାଇ ୧ ତାରିଖରେ ଓଡ଼ିଶା କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଅନୁମୋଦନ କରିଛି। ଏହା ଅନୁସାରେ ଯୋଗ୍ୟ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପୂର୍ବରୁ KGରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥି।ବା ମାଗଣା ଶିକ୍ଷା ସୁବିଧାକୁ ନବମ, ଦଶମି, ଏକାଦଶ, ଦ୍ବାଦଶ, ସ୍ନାତକ ଓ ସ୍ନାତକୋତ୍ତରର ନିୟମିତ ପାଠ୍ୟକ୍ରମ ପର୍ଯ୍ୟନ୍ତ ବଢ଼ାଇବାର ନିଷ୍ପତ୍ତି ହୋଇଛି। ଏଥିନରେ ମୁଖ୍ୟତଃ ନାମଲେଖା ଶୁଳ୍କ ଛାଡ଼ ବ୍ୟବସ୍ଥା ରହିଛି।
ଏହାର ସବୁଠାରୁ ବଡ଼ ଲାଭ ହେଉଛି ଆର୍ଥିକ ଅସୁବିଧା ଯେପରି ଜଣେ ଛାତ୍ରର ଶିକ୍ଷା ଜାରି ରଖୁବାରେ ବାଧା ସୃଷ୍ଟି ନକରେ। ବିଶେଷକରି ମାଧ୍ଯମିକ ଶିକ୍ଷା ପରେ +2, ସ୍ନାତକ ଓ ସ୍ନାତକୋତ୍ତର ପଢ଼ିବା ସମୟରେ ପରିବାର ଉପରେ ଆର୍ଥିକ ଚାପ ବଢ଼ିଥାଏ। ନାମଲେଖା ଶୁଳ୍କ ଛାଡ଼ ହେଲେ ଗରିବ ଓ ଆବଶ୍ୟକତା ଥିନବା ପରିବାରର ଛାତ୍ରଛାତ୍ରୀ ଅଧୂକ ସହଜରେ ଶିକ୍ଷା ଜାରି ରଖିପାରିବେ । ଗ୍ରାମ ଓ ସହର ମଧ୍ୟରେ ଶିକ୍ଷା ସୁଯୋଗର ତଫାତ୍ କମାଇବାରେ ମଧ୍ୟ ଏହା ସହାୟକ ହୋଇପାରୋ
ଏହି ପଦକ୍ଷେପକୁ ଜାତୀୟ ଶିକ୍ଷା ନୀତି- ୨୦୨୦ (NEP 2020) ର ସମଗ୍ର ଶିକ୍ଷା ଦୃଷ୍ଟିକୋଣ ସହିତ ମଧ୍ୟ ଯୋଡ଼ି ଦେଖାଯାଇପାରେ। ପ୍ରାରମ୍ଭିକ ଶିକ୍ଷାକୁ ମଜଭୁତ କରିବା ପାଇଁ ଓଡ଼ିଶାରେ ‘ଶିଶୁ ବାଟିକା’ ବ୍ୟବସ୍ଥା ଆରମ୍ଭ ହୋଇଛି।
୩-୫ ବର୍ଷର ପିଲାମାନେ ଅଙ୍ଗନବାଡ଼ିରେ ଏବଂ ୫–୬ ବର୍ଷର ପିଲାମାନେ ଶିଶୁ ବାଟିକାରେ ଶିକ୍ଷାର ପ୍ରାରମ୍ଭିକ ଭିତ୍ତି ପାଇବେ। ଏହା ଶିଶୁର ଆରମ୍ଭିକ ଶିକ୍ଷାକୁ ଅଧିକ ସୁସଂଗଠିତ କରିବାରେ ସହାୟକ ହେବ।
ତେବେ ‘ମାଗଣା ଶିକ୍ଷା’ର ଅର୍ଥ ସମସ୍ତ ପ୍ରକାରର ଶିକ୍ଷା ଖର୍ଚ୍ଚ ମାଗଣା ନୁହେଁ। କେଉଁ ଛାତ୍ରଛାତ୍ରୀ ଯୋଗ୍ୟ, କେଉଁ ଶିକ୍ଷାନୁଷ୍ଠାନ ଅନୁର୍ଭୁକ୍ତ ଏବଂ କେଉଁ ଶୁଳ୍କ ଛାଡ଼ ହେବ ତାହା ସରକାରୀ ନିୟମ ଅନୁସାରେ ନିର୍ଦ୍ଧାରିତ ହେବ।ତେଣୁ ଏହି ନିଷ୍ପତ୍ତି ସମ୍ପର୍କରେ ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ସଠିକ୍ ସୂଚନା ପହଞ୍ଚିବା ଆବଶ୍ୟକ।
ସେହିପରି କେବଳ ଶୁକ୍ଳ ଛାଡ଼ କରିଦେଲେ ଶିକ୍ଷାର ଲକ୍ଷ୍ୟ ପୂରଣ ହେବ ନାହିଁ। ଦକ୍ଷ ଶିକ୍ଷକ, ଭଲ ଶ୍ରେଣୀଗୃହ, ପରୀକ୍ଷାଗାର, ପୁସ୍ତକାଳୟ, ଡିଜିଟାଲ ସୁବିଧା, ଛାତ୍ରାବାସ ଓ ଗୁଣାତ୍ମକ ପାଠପଢ଼ା ମଧ୍ଯ ସୁନିଶ୍ଚିତ କରିବା ଦରକାର। ଶିକ୍ଷା ସୁଲଭ ହେବା ସହିତ ଏହାର ମାନ ମଧ୍ୟ ଉଚ୍ଚ ହେବା ଆବଶ୍ୟକ ଆଜିର ଶିକ୍ଷା କେବଳ ଚାକିରି ପାଇବା ପାଇଁ ନୁହେଁ।
ଶିକ୍ଷାର୍ଥୀଙ୍କ ମଧ୍ୟରେ ଦକ୍ଷତା, ଗବେଷଣା ମନୋଭାବ, ନବସୃଜନ, ଉଦ୍ୟମିତା ଓ ଦାୟିତ୍ୱବୋଧ ବିକଶିତ କରିବା ମଧ୍ୟ ଆବଶ୍ୟକ। KGର ଜଣେ ଶିଶୁ ଆଗାମୀ ଦିନରେ ଗବେଷକ, ଶିକ୍ଷକ, ବୈଜ୍ଞାନିକ, ଉଦ୍ୟମୀ କିମ୍ବା ସମାଜ ନିର୍ମାତା ହୋଇପାରେ। ତେଣୁ ତାହାର ଶିକ୍ଷା ଯାତ୍ରାକୁ ସୁଦୃଢ଼ କରିବା ଅର୍ଥ ହେଉଛି ରାଜ୍ୟର ଭବିଷ୍ୟତକୁ ସୁଦୃଢ଼ କରିବା।
ଏହି କାରଣରୁ ‘କେଜିରୁ ପିଜି’ କେବଳ ଏକ ଶିକ୍ଷା ଯୋଜନା ନୁହେଁ। ଏହା ଏକ ପିଢ଼ି ଗଢ଼ିବାର ସୁଯୋଗ। ଏହାକୁ ସ୍ଵଚ୍ଛ, ସମାନ ଓ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରାଗଲେ, ଆର୍ଥିକ ଅସୁବିଧା କୌଣସି ମେଧାବୀ ଛାତ୍ରର ଶିକ୍ଷା ଯାତ୍ରାରେ ବାଧା ହେବ ନାହିଁ। ଜ୍ଞାନରୁ ସମୃଦ୍ଧି ଏବଂ ସମୃଦ୍ଧିରୁ ଏକ ଶିକ୍ଷିତ, ଦକ୍ଷ ଓ ଆତ୍ମନିର୍ଭର ଓଡ଼ିଶା ଗଢ଼ିବାର ଦିଗରେ ଏହା ଏକ ଦୃଢ଼ ପଦକ୍ଷେପ ହୋଇପାରେ।
* ଅଧ୍ୟାପକ ଦିଲ୍ଲୀପ କୁମାର ଦାସ