ଭାରତୀୟ ସଂସ୍କୃତି ଓ ଜନ-ସମୁଦ୍ରର ପାବନ ସମାଗମ
ସନାତନ ପରମ୍ପରାରେ ଓଡ଼ିଶାର ଶ୍ରୀକ୍ଷେତ୍ର ପୁରୀ ଧାମ କେବଳ ଚାରି ଧାମ ମଧ୍ୟରୁ ଗୋଟିଏ ନୁହେଁ, ବରଂ ଭାରତୀୟ ଚେତନା, ଭକ୍ତି ଓ ସାଂସ୍କୃତିକ ସମରସତାର ସର୍ବୋଚ୍ଚ କେନ୍ଦ୍ର। ଏଠାରେ ଅନୁଷ୍ଠିତ ହେଉଥିବା ବିଶ୍ଵପ୍ରସିଦ୍ଧ ଜଗନ୍ନାଥ ରଥଯାତ୍ରା ଆସ୍ଥାର ଏକ ଏଭଳି ମହାସମୁଦ୍ର, ଯେଉଁଠାରେ ଜାତି, ଧର୍ମ, ବର୍ଣ୍ଣ ଓ ଆଞ୍ଚଳିକତାର ଭେଦଭାବ ଆପେ ଆପେ ମିଳାଇଯାଏ।
ପ୍ରତିବର୍ଷ ଆଷାଢ଼ ଶୁକ୍ଳ ପକ୍ଷ ଦ୍ଵିତୀୟା ତିଥିରେ ଜଗତର ନାଥ ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ପ୍ରଭୁ ବଳଭଦ୍ର ନିଜ ନିଜର ଭବ୍ୟ ରଥ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ଵଜରେ ବିରାଜମାନ ହୋଇ 'ବଡ଼ଦାଣ୍ଡ'ରେ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ବାହାରିଥାନ୍ତି। ଏହି ଅଲୌକିକ ଦୃଶ୍ୟର ସାକ୍ଷୀ ହେବା ପାଇଁ ସାରା ବିଶ୍ଵରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ପୁରୀର ପବିତ୍ର ଭୂମିରେ ଏକତ୍ରିତ ହୁଅନ୍ତି।
ଆଷାଢ଼ ଶୁକ୍ଳ ଦ୍ଵିତୀୟାର ଏହି ପାବନ ପର୍ବ ଗୋଟିଏ ପଟେ ଅପାର ଭକ୍ତି ଓ ଉଲ୍ଲାସ ଭରିଦେଉଥିବା ବେଳେ, ଅନ୍ୟପଟେ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ମଧ୍ୟରେ ନାଗରିକ ବ୍ୟବସ୍ଥା, ସ୍ଵାସ୍ଥ୍ୟ ସୁରକ୍ଷା, ସ୍ଵଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବା ଏକ ଅତ୍ୟନ୍ତ କଠିନ ଆହ୍ଵାନ ହୋଇଥାଏ। ଅତ୍ୟଧିକ ଗ୍ରୀଷ୍ମ ଓ ଗୁଳୁଗୁଳି ମଧ୍ୟରେ, ଯେତେବେଳେ ସାଧାରଣ ବ୍ୟବସ୍ଥା ଦୁର୍ବଳ ପଡ଼ିଯାଏ, ସେତେବେଳେ ସେବା କ୍ଷେତ୍ରକୁ ଓହ୍ଲାନ୍ତି ଦେଶର ସବୁଠାରୁ ଶୃଙ୍ଖଳିତ ଓ ସଂବେଦନଶୀଳ ଯୁବଶକ୍ତି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ବିଚାର, ଲକ୍ଷ୍ୟ ଓ ସାମାଜିକ ଅଙ୍ଗୀକାର :-
୯ ଜୁଲାଇ ୧୯୪୯ରେ ପ୍ରତିଷ୍ଠିତ 'ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ' (ABVP) ଆଜି କେବଳ ଭାରତର ନୁହେଁ, ବରଂ ବିଶ୍ଵର ସବୁଠାରୁ ବଡ଼ ଛାତ୍ର ସଂଗଠନ। "ଜ୍ଞାନ, ଚରିତ୍ର, ଏକତା" ଆଦର୍ଶରେ ଚାଲୁଥିବା ଏହି ସଂଗଠନର ଦୃଷ୍ଟିକୋଣ ପାରମ୍ପରିକ ଛାତ୍ର ୟୁନିୟନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ବ୍ୟାପକ।
ଏବିଭିପିର ମୁଖ୍ୟ ବିଚାର ହେଉଛି "ଛାତ୍ର କେବଳ ଆଗାମୀ କାଲିର ନାଗରିକ ନୁହଁନ୍ତି, ବରଂ ଆଜିର ନାଗରିକ।" ଏହି ବିଚାର ଯୋଗୁଁ ବିଦ୍ୟାର୍ଥୀ ପରିଷଦ ନିଜର ଦାୟିତ୍ଵକୁ କେବଳ ଶିକ୍ଷାନୁଷ୍ଠାନ, ଛାତ୍ର ଆନ୍ଦୋଳନ କିମ୍ବା ନିର୍ବାଚନ ମଧ୍ୟରେ ସୀମିତ ରଖେ ନାହିଁ। ଜାତୀୟ ଚରିତ୍ର ନିର୍ମାଣ ଓ ରାଷ୍ଟ୍ର ପୁନଃନିର୍ମାଣ ପ୍ରକ୍ରିୟାରେ ସମାଜର ସଙ୍କଟ ଓ ଶୁଭ ଅବସରଗୁଡ଼ିକରେ ପ୍ରତ୍ୟେକ୍ଷ ଭାଗିଦାରୀ ଆବଶ୍ୟକ ବୋଲି ସଂଗଠନ ବିଶ୍ଵାସ କରେ।
ଦେଶରେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ହେଉ, ମହାମାରୀ ହେଉ କିମ୍ବା ରଥଯାତ୍ରା ପରି ବିଶାଳ ସାଂସ୍କୃତିକ-ଧାର୍ମିକ ସମାବେଶ ହେଉ, ଏବିଭିପିର ଶୃଙ୍ଖଳିତ କାର୍ଯ୍ୟକର୍ତ୍ତାମାନେ 'ସେବା ପରମୋ ଧର୍ମଃ' ମନ୍ତ୍ରକୁ ଆପଣେଇ ଅଗ୍ରଣୀ ଭୂମିକା ଗ୍ରହଣ କରିଥାନ୍ତି।
୧୫୦୦ କାର୍ଯ୍ୟକର୍ତ୍ତାଙ୍କ ଶୃଙ୍ଖଳିତ ସମାବେଶ ଓ 'ଶ୍ରୀ ସଦାଶିବ ପରିସର'ର ବ୍ୟବସ୍ଥା :-
ପୁରୀ ରଥଯାତ୍ରାରେ ସେବା ଯୋଗାଇଦେବା କୌଣସି ଗୋଟିଏ କିମ୍ବା ଦୁଇ ଘଣ୍ଟାର କାମ ନୁହେଁ, ଏହା ଦିନ ଦିନ ଧରି ଚାଲୁଥିବା ଏକ ସୁନିୟୋଜିତ ଓ କଠିନ ସେବା ପ୍ରକ୍ରିୟା।
୧. ଦେଶ ଓ ରାଜ୍ୟର କୋଣଅନୁକୋଣରୁ ଯୁବକମାନଙ୍କ ଏକତ୍ରୀକରଣ :-
ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ଵିତୀୟାର ଏହି ଐତିହାସିକ ଅବସରରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଏବଂ ଦେଶର ବିଭିନ୍ନ ରାଜ୍ୟରୁ ପ୍ରାୟ ୧୨୦୦ ରୁ ୧୫୦୦ ଶୃଙ୍ଖଳିତ ଛାତ୍ର ଓ ଛାତ୍ରୀ କାର୍ଯ୍ୟକର୍ତ୍ତା ପୁରୀରେ ପହଞ୍ଚିଥାନ୍ତି। ସେମାନଙ୍କ ମଧ୍ୟରେ ମେଡିକାଲ, ଇଞ୍ଜିନିୟରିଂ, ସ୍ନାତକ, ସ୍ନାତକୋତ୍ତର ଓ ଗବେଷଣା ଛାତ୍ରଛାତ୍ରୀ ସାମିଲ ଥାନ୍ତି, ଯେଉଁମାନେ ନିଜ ପାଠପଢ଼ା ଓ ନିଜର ସୁଖସୁବିଧା ଛାଡ଼ି କେବଳ ସମାଜସେବା ମନୋଭାବ ନେଇ ଏଠାରେ ଏକତ୍ରିତ ହୁଅନ୍ତି।